ମୁମ୍ବାଇ: ହାତକୁ ଦି ହାତ ହେବକୁ ଯାଉଛନ୍ତି ବଲିଉଡ଼ ସିଙ୍ଗର ଆଦିତ୍ୟ । ଆଉ ମାତ୍ର କିଛି ଦିନ ପରେ ସେ ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବେ । ଡ଼ିସେମ୍ବର ୧ରେ ବିବାହ କରିବା କଥା ଆଦିତ୍ୟ ନିଜେ ଘୋଷଣା କରିଥିଲେ । ତେବେ କରୋନା ପାଇଁ ଏହି ବିବାହ ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ହେବ ।

ବିବାହକୁ ନେଇ ଆଦିତ୍ୟ ବେଶ ଉସôାହିତ ଥିବା କହିଛନ୍ତି । ତେବେ ବଲିଉଡ ଅଭିନେତ ତଥା ସୁପରଷ୍ଟାର ସିଙ୍ଗର ଉଦିତ ନାୟଣଙ୍କ ପୁଅ ଆଦିତ୍ୟଙ୍କ ଏହି ବିବାହ କିନ୍ତୁ ଗ୍ରାଣ୍ଡ ୱେଣ୍ଡିଂ ହେବନି। ଦୀର୍ଘ ୧୦ ବର୍ଷ ହେଲା ଶ୍ୱେତାଙ୍କୁ ଡେଟିଂ କରୁଛନ୍ତି ଆଦିତ୍ୟ। ୨୦୧୦ ରେ ଶ୍ୱତାଙ୍କ ସହ ଆଦିତ୍ୟଙ୍କ ପ୍ରଥମ ଦେଖାସାକ୍ଷାତ ହୋଇଥିଲା। ହରର ଥ୍ରୀଲର ଫିଲ୍ମ ‘ଶାପିତ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0