ନୂଆଦିଲ୍ଲୀ : ଭାରତ ସରକାର ଦେଶ ବିରୋଧରେ ପ୍ରଚାର ପ୍ରସାର କରୁଥିବା ୨୦ ଟି ୟୁଟ୍ୟୁବ ଚ୍ୟାନେଲକୁ ସୋମବାର ଦିନ ବ୍ୟାନ୍ କରିଛନ୍ତି । ପ୍ରଥମ ଥର ଆଇଟି ଆକ୍ଟରେ ସମ୍ପ୍ରତି ଅନ୍ତର୍ଭୁକ୍ତ ନିର୍ଦ୍ଦେଶାବଳୀ ଆଧାରରେ ସେଗୁଡିକୁ ବ୍ୟାନ କରାଯାଇଛି। ଏହି ୟୁଟ୍ୟୁବ୍ ଚ୍ୟାନେଲ ସହିତ ୨ ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହି ଚ୍ୟାନେଲ ଏବଂ ୱେବସାଇଟଗୁଡିକ ପାକିସ୍ତାନରୁ ପରିଚାଳିତ ଏବଂ ଦେଶରେ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଥିଲେ।
ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା ୟୁଟ୍ୟୁବ ଏବଂ ଟେଲିକମ୍ ବିଭାଗକୁ ଏହି କଣ୍ଟେଟକୁ ତୁରନ୍ତ ବ୍ଲକ୍ କରିବାକୁ ଲେଖିଛନ୍ତି। କାରଣ ଏହା ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ଉପରେ ପ୍ରଭାବ ପକାଉଛି। ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ସହାୟତାରେ ଏହି ପ୍ରଚାର ପ୍ରସାର କରାଯାଉଥିଲା। ସେ କହିଛନ୍ତି, ସେମାନଙ୍କ ମଧ୍ୟରେ ‘ନୟା ପାକିସ୍ଥାନ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଥିଲା, ଯାହାର ୟୁଟ୍ୟୁବରେ ଦୁଇ ଲକ୍ଷରୁ ଅଧିକ ସବ୍ସକ୍ରାଇବର୍ ଥିଲେ। ଅଧିକାରୀଙ୍କ ଅନୁଯାୟୀ, ଏହି ଚ୍ୟାନେଲ୍ କାଶ୍ମୀର, କୃଷି ଆଇନ ତଥା ଅଯୋଧ୍ୟା ଭଳି ପ୍ରସଙ୍ଗରେ ମିଥ୍ୟା ଖବର ଚଳାଉଥିଲା।
ସୁରକ୍ଷା ଏଜେନ୍ସିମାନେ ପ୍ରଥମେ ଏହି କଣ୍ଟେଟ୍ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁସନ୍ଧାନ କରିଥିଲା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଇଟି ନିୟମ ଅନୁଯାୟୀ ୨୦୨୧ ମସିହାରେ ଜରୁରୀକାଳୀନ ଶକ୍ତି ଭାରତ ବିରୋଧୀ ପ୍ରଚାର ୱେବସାଇଟକୁ ନିଷିଦ୍ଧ କରିବା ପାଇଁ ଏହା ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି। ଅନୁସନ୍ଧାନରୁ ଜଣାପଡିଛି ଏହି ୱେବସାଇଟ୍ ଏବଂ ଚ୍ୟାନେଲଗୁଡିକ ପାକିସ୍ତାନରୁ ଚଲା ଯାଉଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0