spot_img

ଚିତ୍ରଦୁର୍ଗରେ ଘରୋଇ ବସରେ ନିଆଁ ଲାଗି ୫ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ରାଜପଥରେ ଏକ ଘରୋଇ ବସ୍ ରେ ନିଆଁ ଲାଗି ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବସ୍ ଟି ବିଜୟାପୁରରୁ ବେଙ୍ଗାଲୁରୁ ଆସୁଥିବା ବେଳେ କେ ଆର୍ ହାଲ୍ଲି ଅଞ୍ଚଳର ୪ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗିଯାଇଥିଲା । ଇଞ୍ଜିନରେ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ରାସ୍ତାପାଶ୍ୱର୍ରେ ଠିଆ ହୋଇଥିବା ବେଳେ ବସରେ ନିଆଁ ଲାଗିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ବସ୍ ରେ ୩୨ ଜଣ ଯାତ୍ରୀ ଥିବା ବେଳେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପିଲା ଓ ଜଣେ ମହିଳା । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଏଫ୍ଆଇଆର ଦାଏର କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular