spot_img

ଚଳିତ ବର୍ଷ ଶେଷ ସପ୍ତାହରେ ୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସପ୍ତାହରେ ୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ । ସେଥିପାଇଁ ଯଦି ବ୍ୟାଙ୍କ୍‌ରେ ଆପଣଙ୍କର କିଛି ଜରୁରୀ କାମ ରହୁଛି ତେବେ ତାହାକୁ ଗୁରୁବାର ସୁଦ୍ଧା ଶେଷ କରିନିଅନ୍ତୁ । ରିଜର୍ଭ ବ୍ୟାଙ୍କ୍ ଗାଇଡଲାଇନ ଅନୁଯାୟୀ ପ୍ରତିମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରୁହେ । ତେବେ ଚଳିତ ମାସରେ ୨୬ ଡିସେମ୍ବରରେ ମାସର ଚତୁର୍ଥ ଶନିବାର ପଡୁଛି । ଏହା ପରେ ରବିବାର ରହୁଥିବାରୁ ବ୍ୟାଙ୍କ୍ ବନ୍ଦ ରହିବ । ୨୫ ଡିସେମ୍ବର ବଡଦିନକୁ ପ୍ରତିବର୍ଷ ରାଷ୍ଟ୍ରୀୟ ଛୁଟି ଭାବେ ଘୋଷଣା କରାଯାଇଛି । ସେଥିପାଇଁ ୨୫ ଡିସେମ୍ବରରେ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular