ବ୍ରହ୍ମପୁର: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଛି । ସଂକ୍ରମଣ ତାଲିକାରେ ଟପ୍ରେ ଥିବା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଜି ଗଞ୍ଜାମ ଜିଲ୍ଲାରେ ୬୯ ଜଣ କରୋନା ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୮୧୨ ରେ ପହଁଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଳାରେ ଆକ୍ଟିଭ୍ କେସ୍ ୭୭୭ ଥିବା ବେଳେ ୧୭ହଜାର ୮୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ମୋଟ ୨୦୯ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଗଞ୍ଜାମ ଜିଲ୍ଲାରେ ଗତ ୪ ତାରିଖ ଦିନ ୯୭ ଜଣ, ୭ ତାରିଖରେ ୯୧ ଜଣ, ୮ ତାରିଖରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨ହଜାର ୪୩୪ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସୁସ୍ଥ ହାର ୯୪ ପ୍ରତିଶତ ରହିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0