spot_img

ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଏଥର ଦାୟୀ ରହିବ ବ୍ୟାଙ୍କ

ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଏବେ ଦାୟୀ ରହିବ ବ୍ୟାଙ୍କ । ନ୍ୟାସନାଲ କନଜ୍ୟୁମର କମିସନର ନିଷ୍ପତି ଅନୁଯାୟୀ, ହ୍ୟାକର୍ସ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୁଏ କିମ୍ବା କୌଣସି ଗ୍ରାହକ ଠକେଇର ଶିକାର ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଖାତାଧାରୀଙ୍କୁ ଦାୟୀ କରାଯିବନି ବରଂ ବ୍ୟାଙ୍କ ପ୍ରବନ୍ଧକ ଏଥିପାଇଁ ଜବାବଦେହୀ ରହିବେ । ଏପରିକି ଏଭଳି ମାମଲାରେ ଗ୍ରାହକଙ୍କୁ ଲୁଟ ଟଙ୍କା ସୁଧମୂଳ ହିସାବରେ ଫେରସ୍ତ କରାଇବା ସହ କେସ ପାଇଁ ଖର୍ଚ୍ଚ ହୋଇଥିବା ପଇସା ଏବଂ ମାନସିକ ନିର୍ୟାତନା ବାବଦକୁ କ୍ଷତିପୂରଣ ମଧ୍ୟ ବ୍ୟାଙ୍କକୁ ଭରିବାକୁ ପଡିବ । ତେବେ ଗତ ବର୍ଷ ଜୁଲାଇ ୨୦ରେ ଦେଶବ୍ୟାପୀ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ ଲାଗୁ ହେବା ପରେ ଆୟୋଗ ପକ୍ଷରୁ ଏହାକୁ କଡାକଡି କରାଯାଇଛି ।
• ଯେତେବେଳେ ବ୍ୟାଙ୍କର କୌଣସି ଭୁଲ ପାଇଁ ଖାତାଧାରକଙ୍କ ଖାତାରୁ ଅନଧିକୃତ ଅର୍ଥ କାରବାର ଜନିତ ଠକେଇ ହୁଏ ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଉତ୍ତରଦାୟୀ ରହିବେ ।
• ସେହିପରି ଅନଧିକୃତ ଆର୍ଥିକ କାରବାରରେ ନା ତ ବ୍ୟାଙ୍କ ତରଫରୁ କୌଣସି ସମସ୍ୟା ବା ଭୁଲ ରହିଥାଏ, ନା ହିଁ ଗ୍ରାହକଙ୍କ ତରଫରୁ ବରଂ ଏହାର ପ୍ରକ୍ରିୟାରେ ତ୍ରୁଟି ରହିଥାଏ । ତେଣୁ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ସୂଚିତ କରିବାକୁ ହେବ ଆଉ ଜଣାଇବାକୁ ପଡିବ କି ଏହା ଅନଧିକୃତ ଟ୍ରାନଜାକସନ ବୋଲି ।
• ତେବେ ଏହା କରିବାଦ୍ୱାରା ଖାତାଧାରକଙ୍କ ଦାୟିତ୍ୱ ଶେଷ ହୋଇଥାଏ । ତଦନ୍ତରେ ଯଦି ଏହି ଟ୍ରାନଜାକ୍ସନ ଖାତାଧାରକଙ୍କ ଭୁଲ କିମ୍ବା ଅସାବଧାନତା ପାଇଁ ହୋଇନାହିଁ ବୋଲି ଜଣାପଡେ ତେବେ ବ୍ୟାଙ୍କକୁ ଏଥିପାଇଁ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular