ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ବାପି ଲାହିରି। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖି ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ସୂଚନା ମୁତାବକ, ସୋସିଆଲ ମିଡିଆରେ ବାପି ଲାହିରି ନିଜର କଣ୍ଠସ୍ବର ହରାଇବସିଥିବା ଖବର ଭାଇରାଲ ହେବାରେ ଲାଗିଥିଲା। ବାପି ଲାହିରି କଣ୍ଠସ୍ବର ହରାଇବସିବା ସହ ସେ ଏବେ ଆଉ ଗୀତ ଗାଇପାରିବେ ନାହିଁ ବୋଲି ଚର୍ଚ୍ଚା ହେବା ପରେ ଏବେ ସେ ଏହି ଖବର ମିଛ ବୋଲି କହିଛନ୍ତି। ନିଜ ଇନଷ୍ଟା ପୋଷ୍ଟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0