ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ ବାବୁଲ ସୁପ୍ରିୟୋ । ହେଲେ ଶନିବାର ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓବ୍ରେନ୍ ତାଙ୍କୁ ଦଳରେ ସାମିଲ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ। ୨୦୨୪ରେ ପ୍ରଧାନମନ୍ତ୍ରୀ ଦଉଡ଼ରେ ସବୁଠାରୁ ଆଗରେ ରହିବେ ମମତା ବାନାର୍ଜୀ। ମୁଁ ଚାହୁଁଛି ଆମ ଦଳର କ୍ୟାପ୍ଟେନ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ବିଜେପି ଛାଡ଼ି ଟିଏମସି ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଏକଥା କହିଛନ୍ତି। ସେ କହିଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ଶୀର୍ଷରେ ରହିବେ ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0