ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଛନ୍ତି । କରୋନାକୁ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି ବୋଲି ପିସିସି ସଭାପତି ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଦଳମତ ନିର୍ବିଶେଷରେ ସରକାରଙ୍କୁ ସଂମ୍ପୁର୍ଣ୍ଣ ସହଯୋଗ କରିବାକୁ ଆମେ ପ୍ରସ୍ତୁତ ଅଛୁ । ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ସହ ଆଲୋଚନା କରି ରାଜ୍ୟରେ ପ୍ରତିଦିନ କରୋନା ଟେଷ୍ଟିଂ ସଂଖ୍ୟା ୨୫ ହଜାରକୁ ବୃଦ୍ଧି କରାଯାଉ , କୋଭିଡ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0