spot_img

ଚର୍ଚ୍ଚାରେ ଏବେ ମହିଳା କ୍ରିକେଟର ଝୁଲଣ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବୋଲର ଝୁଲଣ ଗୋସ୍ୱାମୀ ଏବେ ଚର୍ଚ୍ଚାରେ । ସେ ୧୮୫ଟି ମ୍ୟାଚ ଖେଳି ୨୨୫ଟି ୱିକେଟ ନେଇଛନ୍ତି । ଏହାସହ ଟି୨୦ ମ୍ୟାଚରେ ୫୬ଟି ୱିକେଟ ନେଇଛନ୍ତି । ତେବେ ଏହି ସଫଳତା ପଛରେ କଠିନ ପରିଶ୍ରମ ରହିଛି ବୋଲି ଝୁଲଣ କହିଛନ୍ତି । ତାଙ୍କ କହିବା ଅନୁସାରେ, ଇଡେନ ଗାର୍ଡେନ ପଡିଆରେ ଦେଖଥିବା ଏକ ମ୍ୟାଚ ତାଙ୍କ ଜୀବନର ଗତିପଥ ବଦଳାଇଦେଇଥିଲା । ଏହାର ପ୍ରଭାବରେ ସେ ମାତ୍ର ୧୫ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସକାଳରୁ ତାଙ୍କ ଟ୍ରେନ ପାଇଁ ଅପେକ୍ଷା କରିବାକୁ ପଡୁଥିଲା । ସେତେବେଳେ ସେ କଲିକତାରୁ ଖେଳିବା ଆରମ୍ଭ କରିଥିଲେ । ପରେ ପରେ ୧୯୯୭ରେ ମହିଳା ବିଶ୍ୱକପ ଦେଖିବାର ସୌଭାଗ୍ୟ ମିଳିଥିଲା ଝୁଲଣଙ୍କୁ । ଏହି ମ୍ୟାଚ ଅଷ୍ଟ୍ରେଲିଆ-ନୁ୍ୟଜିଲାଣ୍ଡ ମଧ୍ୟରେ ଖେଳାଯାଉଥିଲା ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular