ପୁରୀ: ପୁଣି ରାତି ଅଧରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଦୁହେଁ ପରସ୍ପରକୁ ଆକ୍ଷେପ କରୁଥିବା ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ବର୍ଷା ।୨ଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓରେ ବର୍ଷାଙ୍କ ଭାବମୁର୍ତି ଉପରେ ଆଂଚ ଆସିବା ନେଇ ଅଭିଯୋଗ କରିଛନ୍ତି ବର୍ଷା । ଭାଇରାଲ ଭିଡ଼ିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଭିଡ଼ିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ଅଛନ୍ତି ବୋଲି ଅନୁମାନ କରାଯାଉଛି । ଏହା ସହ ଭିଡ଼ିଓରେ ଆଉଜଣେ ମହିଳା ଥିବା ଜଣାପଡ଼ୁଛି । ତେବେ କିଛି ଦିନ ତଳେ ଅନୁଭବ ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡ଼ିଓ ଜାରି କରିଥିଲେ । ଏଥିରେ ସେ କହିଥିଲେ ଯେ, ବହୁତ ହୋଇଗଲା , ଆଉ ଜବରଜସ୍ତି କରିହେବନି କି ଚୁପ ରହିହେବନି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0