ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସ୍ଥିତି ସଜାଡୁଛନ୍ତି । ଇତି ମଧ୍ୟରେ ତୃଣମୂଳର ୫ ଜଣ ଅସନ୍ତୁଷ୍ଟ ନେତା ବିଜେପି ମୁହାଁ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘର ସଜଡା ଆରମ୍ଭ କରିଛନ୍ତି । ତେବେ ଅସନ୍ତୁଷ୍ଟ ନେତା ଜିତେନ୍ଦ୍ର ତିୱାରୀ ତୃଣମୂଳରେ ରହିଥିବା ନେଇ ଘୋଷଣା କରିଛନ୍ତି । ବରିଷ୍ଠ ନେତା ଅରୂପ ବିଶ୍ୱାସ ତାଙ୍କୁ ବୁଝାଇବା ପରେ ଜିତେନ୍ଦ୍ର ଏଭଳି ଘୋଷଣା କରିଥିବା କୁହାଯାଉଛି । ମାତ୍ର ଜିତେନ୍ଦ୍ର ଭଳି ନେତାଙ୍କୁ ଭାଜପାରେ ନିଆଯିବ ନାହିଁ ବୋଲି ବାବୁଲ ସୁପ୍ରିଓ ନିଜର ଫେସବୁକ୍ ଆକାଉଣ୍ଟରେ ମତାମତ ଦେବା ପରେ ଏଭଳି ୟୁଟର୍ଣ୍ଣ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଜିତେନ୍ଦ୍ରଙ୍କ ଦ୍ୱାରା ଭାଜପା ଅଧିକ ଲାଭାନ୍ୱିତ ହୋଇପାରିବ ନାହିଁ । ତେଣୁ ତାଙ୍କୁ ଭାଜପାରେ ସାମିଲ କରିବା ନେଇ ବରିଷ୍ଠ ସଦସ୍ୟା ଅମଙ୍ଗ ହେବାରୁ ବାଧ୍ୟ ହୋଇ ଜିତେନ୍ଦ୍ର ପୁଣି ତୃଣମୂଳକୁ ଫେରିବା ସହିତ ଏଭଳି ଘୋଷଣା କରିଥିବା ଚର୍ଚ୍ଚା ହେଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0