spot_img

ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ବର୍ଷା। ଆଜି ରାଜ୍ୟ ମହିଳା କମିଶନରେ ମାମଲାର ଶୁଣାଣି ହେବ । ଏଥିପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଛନ୍ତି କମିଶନର । ଏହା ସହିତ ଅନୁଭବଙ୍କ ବାପା, ମାଆଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ ଜାରି କରିଛନ୍ତି କମିଶନ । ଆଜି କମିଶନଙ୍କ ନିକଟରେ ହାଜର ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ନ୍ୟାୟ ପାଇଁ ବର୍ଷା ଗତ ୧୫ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନଙ୍କ ପକ୍ଷରୁ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରାଯାଇଥିଲା । ଆଜି ଏହି ମାମଲାର ପ୍ରଥମ ଶୁଣାଣି ରହିଛି ।ତେବେ ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ସମ୍ପର୍କିତ ମାମଲା ହାଇକୋର୍ଟରେ ମଧ୍ୟ ବିଚରାଧିନ ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular