ପୂର୍ବତନ ହିମାଚଳ ମୁଖ୍ୟମନ୍ତ୍ରୀ ଶାନ୍ତ କୁମାରଙ୍କ ପତ୍ନୀ ସାନ୍ତୋଶ ଶୈଳଜା କୋଭିଡ ସଂକ୍ରମଣରେ ହୋଇ ୭୩ ବର୍ଷ ବୟସରେ ଦେହାନ୍ତ କରିଛନ୍ତି । ଚାରି ଦିନ ପୂର୍ବେ ସେ କରୋନା ସଂକ୍ରମିତ ହୋଇଥିଲେ । ସେ କାଙ୍ଗ୍ରାର ଟାଣ୍ଡା ମେଡିକାଲ କଲେଜରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହା ସହ ତାଙ୍କର ସମଗ୍ର ପରିବାର କୋଭିଡ ସଂକ୍ରମରରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି । ତାଙ୍କ ପରିବାରର ଅନ୍ୟ ଚାରିଜଣ ସଦସ୍ୟ, ତାଙ୍କ ବ୍ୟକ୍ତିଗତ ସଚିବ, ସୁରକ୍ଷା ଅଧିକାରୀ ଏବଂ ଡ୍ରାଇଭର ମଧ୍ୟ ସଂକ୍ରମିତହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଶୈଳଜାଙ୍କ ମୃତ୍ୟୁ ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ ହିମାଚଳ ପ୍ରଧାନମନ୍ତ୍ରୀ ଜୟରାମ ଠାକୁର ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟରେ ଲେଖିଛନ୍ତି, , ‘ଆମର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ମାନିତ ଶାନ୍ତ କୁମାର ଜୀଙ୍କ ପତ୍ନୀ ସାନ୍ତୋଶ ଶୈଳଜାଙ୍କ ଦେହାନ୍ତର ଦୁଃଖଦ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ବିଦାୟ ପ୍ରାପ୍ତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରଙ୍କୁ ଏହି ଅସହ୍ୟ ଦୁଃଖ ସହତିବାକୁ ସାହାସ ଦିଅନ୍ତୁ ।



Visitors Today : 2
Total Visitors : 130441
Total Views : 9891975
Visitors Online Now : 0