କୃଷି ଆଈନକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୋଦି କହିଛନ୍ତି ଆମେ କୃଷି ଏବଂ କୃଷକ ପାଇଁ ଅନେକ ଯୋଜନା କରୁଛୁ। ଯାହାଦ୍ୱାରା ସେମାନେ ଲାଭ ପାଇପାରିବେ। ଗତକାଲି ସୁପ୍ରିମକୋର୍ଟ ସରକାରଙ୍କୁ ଦିଲ୍ଲୀ ସୀମାରେ ଥିବା ରାଜପଥରୁ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଶୁକ୍ରବାର ଦିନ ଜନ୍ତର ମନ୍ତ୍ରରେ ‘ସତ୍ୟଗ୍ରାହ’ ପାଇଁ ଅନୁମତି ମାଗିଥିବା ସର୍ବୋଚ୍ଚ ନ୍ୟାୟାଳୟ କୃଷକ ସଂଗଠନକୁ ତାଗିଦ କରିଥିଲେ। କେନ୍ଦ୍ର ଆଣିଥିବା କୃଷି ଆଈନକୁ ସଠିକ୍ ଭାବରେ କିଛି ରାଜନୈତିକ ଦଳ ନବୁଝି ଅଯଥାରେ ରାଜନୀତି କରୁଛନ୍ତି। ହେଲେ ଆମ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି। ମୋଦି କଟାକ୍ଷ କରି କହିଛନ୍ତି ଏହା ରାଜନୈତିକ ଠକେଇ। ଚାଷକୁ ନେଇ ରୀଜନୀତି ନକରିବା ଲାଗି ମୋଦି କହିଛନ୍ତି। ମୋଦୀ କହିଛନ୍ତି, ‘ଯଦି ଆପଣ ଦେଖନ୍ତି, ଯେଉଁମାନେ କୃଷକ-ସଂସ୍କାରକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୀତି କରିବା ପାଇଁ ଇଚ୍ଛା ରଖୁଛନ୍ତି ବିକାଶ ପାଇଁ ସେମାନଙ୍କର ଇଚ୍ଛା ନାହିଁ। ଏହାସହ ମୋଦି କହିଛନ୍ତି ଦେଶରେ ଅନେକ ଚାଷୀଭାଈମାନେ ଅଛନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତି ବଦ୍ଧ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0