ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ତେବେ ଶୁଣିବାକୁ ମିଳୁଛି ଯେ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପୁଣି ସ୍ଥଗିତ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଏହି ଦମ୍ପତି ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ବୋଲି ଦର୍ଶାଯାଇଛି। ଉକ୍ତ ପୋଷ୍ଟରେ ଅନେକ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ଦୁଇ ଯୋଡି ବିବାହ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି। ଦୀପାବଳି ଦିନ ଆଲିଆ ନିଜ ଇଣ୍ଟାଗ୍ରାମ୍ରେ ଉଭୟଙ୍କ ଏକ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରିଥିଲେ। ଏହି କାରଣରୁ ସେମାନଙ୍କ ଫ୍ୟାନ୍ସ ଭାବିଥିଲେ ଯେ, ଉଭୟ ଶୀଘ୍ର ବିବାହ କରିବେ। ଏବେ କିନ୍ତୁ ସୋଶାଲ ମିଡିଆରେ ଆଉ ଏକ ଫଟୋ ଭାଇରାଲ ହୋଇଛି। ଏହି ପୋଷ୍ଟରେ ରଣବୀର ଓ ଆଲିଆଙ୍କ ଫଟୋକୁ ଶେୟାର କରି ଲେଖାଯାଇଛି, ଯେ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ସ୍ଥଗିତ ରଖାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0