spot_img

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ଗାଁରେ ଭାଲୁ ଆକ୍ରମଣ । ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଯୁବକଙ୍କ ନାମ ହେଉଛି ନାଟୁ କାରୁଆ । ନାଟୁଙ୍କ ବାମ ଗୋଡ଼ର ଜଙ୍ଘରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନାଟୁ ବିଲରୁ କାମ କରି ଘରକୁ ଫେରୁଥିବା ବେଳେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ଅଚନାକ ଆକ୍ରମଣ କରିଥିଲା । ଯାହାଫଳରେ କି ଆହତ ହୋଇ ଘଟଣାସ୍ଥଳରେ ପଡିଯାଇଥିଲା । ତେବେ ଭାଲୁ ଆକ୍ରମଣର ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନାଟୁଙ୍କୁ ଉଦ୍ଧାର କରିଥିଲା । ଚିକିତ୍ସା ନିମନ୍ତେ ପ୍ରଥମେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲା , ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତିରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular