spot_img

ଆତ୍ମନିର୍ଭର ଭାରତ: ୭ ମାସରେ ତିଆରି କଲେ ୪୦୦ କିଲୋୱାଟର ସୋଲାର ପ୍ଲେଟ

ଡ଼େରାଡୁନ: କୋଭିଡ଼ ସଂକ୍ରମଣ ଧିରେ ଧିରେ ସାରା ବିଶ୍ୱରେ ବଢିବାରେ ଲାଗିଛି । ତେବେ କୋଭିଡ ସଙ୍କଟ ସହ ସାରା ବିଶ୍ୱ ଲଢୁଛି । ଏପରି ଏକ ସମୟରେ ଟିହରି ଜିଲ୍ଲାର ବିକାଶକର୍ତ୍ତା ପିଏସ ରାୱତ ୪୦୦ କିଲୋୱାଟର ସୋଲାର ପ୍ଲେଟ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି । ସୂଚନା ଅନୁସାରେ, ରାୱତ ସାତ ମାସର କଠିନ ପରିଶ୍ରମ ପରେ ଆସନ୍ତା ୨୪ ଅକ୍ଟୋବରରେ ପ୍ଲାଣ୍ଟର ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ବୋଲି ସେ ଅଶା ବାନ୍ଧିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିକାଶକର୍ତ୍ତା ଆଲୋକ ପୱାର ପ୍ଲାଣ୍ଟର ଉଦଘାଟନ କରିଥିଲେ । ଅନ୍ୟପଟେ ରାୱତ ଜାମଣିଖାଲଠାରେ ୪୦ ସ୍କୋୟାର ଫୁଟର ଏହି ପ୍ଲାଣ୍ଟ ପ୍ରସ୍ତୁତ କରିଛନ୍ତି । ତାଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱରୋଜଗାର ଯୋଜନା ବହୁତ ଭଲ ଥିଲେ ମଧ୍ୟ ଭୂପରିବତ୍ତନ ଓ ବ୍ୟାଙ୍କ ଲୋନ ପ୍ରକିୟା କଠିନ ଥିବା ଯୋଗୁଁ ଆହୁରି ଅନେକ ବିକାଶକର୍ତ୍ତା ଏହାକୁ କରି ପାରୁନାହାଁନ୍ତି । ତେବେ ରାୱତ ସମସ୍ତ ପରିସ୍ଥିତିର ସାମ୍ନା କରି ନିଜର ପ୍ଳାଣ୍ଟର ପ୍ରସ୍ତୁୁତି ପାଇଁ ବ୍ୟବସ୍ଥା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular