spot_img

ସିନାପାଲିରେ ପୁଣି ଭାଲୁ ଆକ୍ରମଣ

ନୂଆପଡ଼ା: ରବିବାର ପ୍ରତ୍ୟୁଷରେ ସିନାପାଲି ସହର ଉପକଣ୍ଠ ପଲସାପଡ଼ାରେ ଭାଲୁ ହାବୁଡ଼ରେ ପଡ଼ି ଜଣେ ମହିଳା ସାଙ୍ଘାତିକ ଆହତ ହୋଇଛନ୍ତି।  ସୂଚନା ଅନୁସାରେ, ଆଜି ପ୍ରତ୍ୟୁଷରେ ପଲସାପଡ଼ା ଗାଁର ଜଣେ ମହିଳା ଶୌଚ ହେବା ନିମନ୍ତେ ବିଲକୁ ଯାଇଥିବା ବେଳେ ଗତ ୨୦ ଦିନ ହେବ ସେ ଅଞ୍ଚଳରେ ବୁଲାବୁଲି କରୁଥିବା ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା। ସମ୍ପୃକ୍ତ ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା କୁହାଯାଉଛି। ଚିକିତ୍ସା ନିମନ୍ତେ ତାଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜିର ଘଟଣାକୁ ମିଶାଇ ପଲସାପଡ଼ା ଗାଁରେ ଦୁଇଜଣ ଉକ୍ତ ଭାଲୁ ଆକ୍ରମଣର ସରବ୍ୟ ହେଲେଣି। ଦୀର୍ଘ ୨୦ ଦିନ ହେବ ଭାଲୁଟି ସହର ଭିତରେ ତଥା ସହର ସଂଲଗ୍ନ ଗାଁଗଣ୍ଡାରେ ପଶିଯାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଥିପ୍ରତି ଗୁରୁତ୍ୱ ଦେଇ ବନବିଭାଗ ସେ ଭାଲୁଟିକୁ ଧରିବା ଲାଗି ପଦକ୍ଷେପ ଗ୍ରହଣ କରୁ ବୋଲି ସହରବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular