ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ଅନ୍ତର୍ଗତ ରେଡ଼ ମତୋ ଦିଗଛିଆ ରାସ୍ତାର ହଳଦିଗଣ୍ଡ ପୋଲ ନିକଟରେ ଏକ ଟ୍ରାକ୍ଟର ଠିଆ ହୋଇଥିବା ବେଳେ ମତୋରୁ ଦିଗଛିଆ ଆସୁଥିବା ଏକ ଦ୍ରୁତଗାମୀ ବାଇକ୍ ଟ୍ରାକ୍ଟର ପଛକୁ ଖୁବ ଯୋର ଧକ୍କା ଦେଇଥିଲା।
ଘଟଣା ସ୍ଥଳରେ ବାଇକ ଚାଳକ ଓ ଟ୍ରାକ୍ଟର ଚାଳକ ଗୁରୁତର ଭାବରେ ଆହତ ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ଉଭୟଙ୍କୁ ଉଦ୍ଧାର କରି ଦମକଳ ଗାଡ଼ି ଯୋଗେ ଭଦ୍ରକ ପଠାଇଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କଟକ ଯିବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା ମୃତକଙ୍କ ନାମ ଜୟ ପ୍ରକାଶ ସାହୁ ବୋଲି ଜଣାଯାଇଛି। ସେ ବାଇକ ଚଲାଉଥିବାର ସୂଚନା ମିଳିଛି।
ତେବେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରାଯାଇଛି। ସୂଚନା ଅନୁସାରେ ଏକ ଟ୍ରାକ୍ଟରର ହଳଦୀଗଣ୍ଡ ନିକଟରେ ଚକା ପମ୍ପଚର ହୋଇଯାଇଥିଲା । ତେବେ ଟ୍ରାକ୍ଟର ଚାଳକ ଚକା ମରାମତି କରୁଥିବା ବେଳେ ୩ଜଣଙ୍କୁ ବସାଇ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଟ୍ରାକ୍ଟରକୁ ପଛ ପଟୁ ଖୁବ ଜୋରରେ ଧକ୍କା ଦେଇଥିଲା। ଆହତଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0