ରାଇରଙ୍ଗପୁର : ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ଯୁବକଙ୍କ ନାମ ସାମଲ ମୁଣ୍ଡା ବୋଲି ଜଣାପଡିଛି । ରାଇରଙ୍ଗପୁର ବିଶୋଇ ରେଞ୍ଜ କୁଞ୍ଜଲଡିହା ଗାଁରେ ଘଟିଛି ଘଟଣା ।
ସାମଲ ଆଜି ସକାଳ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଲେ ହଠାତ୍ ଭାଲୁ ଆକ୍ରମଣର ଶିକାର ହୋଇଥିଲା । ମା ଭାଲୁ ସହିତ ୪ଟି ଶାବକ ଆକ୍ରମଣ କରିଛନ୍ତି । କିନ୍ତୁ କୌଣସି ପ୍ରକାରରେ ଜୀବନ ବଞ୍ଚାଇ ସେଠାରୁ ଖସିଆଲିଥିଲେ । ପରେ ଗୂରୁତର ଆହତ ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କ ନାମ ସାମଲ ମୁଣ୍ଡା । ସାମଲଙ୍କ ଘର ରୋଜା ମୁଣ୍ଡା ହୋଇଥିବା ବେଳେ କୁଞ୍ଜଲ ଡିହାରେ ନିଜ ମାମୁଁ ଘରେ ରହିଆସୁଥିଲେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0