spot_img

ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍ ଉଦ୍ୟମ

ଭଦ୍ରକ: ଏଟିଏମ୍‌ରୁ ପୁଣି ଲୁଟ୍‌ ଉଦ୍ୟମ ।  ଗ୍ୟାସ କଟରରେ କାଟି ଏଟିଏମରୁ ଲୁଟ ଉଦ୍ୟମ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାଣିତାଲ ଛକ ନିକଟରେ ଥିବା AXIS BANK ଏଟିଏମରୁ ଲୁଟ ଉଦ୍ୟମ ହୋଇଛି ।

5000

ବିଳମ୍ବିତ ରାତିରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍‌ର ଚେଚିସ ବକ୍ସକୁ କଟା ଯାଇଥିବାର ଦେଖିଵାକୁ ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଗ୍ରାମାଞ୍ଚଳ ପୋଲିସ , ବ୍ୟାଙ୍କ ଓ ଏଟିଏମ୍‌  ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥାମିକ ତଦନ୍ତ ପରେ କେତେ ଟଙ୍କା ଲୁଟ ହୋଇଛି କି ନାହିଁ ସେନେଇ ସ୍ପଷ୍ଠ ସୂଚନା ମିଳିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular