spot_img

ଶୋଇଥିବା ଅବସ୍ଥାରେ ମା, ଝିଅଙ୍କୁ ଗଳାକାଟି ନିର୍ମମ ହତ୍ୟା

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଧଳାଡ଼ିହି ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ପଶି ମା-ଝିଅ ଶୋଇଥିବା ବେଳେ ହତ୍ୟା କରାଯାଇଛି । ମୃତକ ରାମ ମୁଣ୍ଡାଙ୍କ ପତ୍ନୀ ସରସ୍ୱତୀ ମୁଣ୍ଡା ଓ ତାଙ୍କର ୧୦ବର୍ଷର ଝିଅ ଲକ୍ଷ୍ମୀ ମୁଣ୍ଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।
ସୂଚନା ଅନୁସାରେ ସରସ୍ୱତୀ ମୁଣ୍ଡାଙ୍କ ସ୍ୱାମୀ ଏକ ମାମଲାରେ ଏବେ ଜେଲରେ ଅଛନ୍ତି । ତେବେ ଘରେ ଥିବା ମା ଓ ଝିଅଙ୍କୁ କିଏ, କାହିଁକି ହତ୍ୟା କଲା ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular