କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ରୋଗ ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ପୈାରପାଳିକାର ୧୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏନେଇ ଗତକାଲି ବିଳମ୍ବତ ରାତିରେ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ୧୨ଟି ୱାର୍ଡ ୩, ୬, ୭, ୯, ୧୩, ୧୪, ୧୫, ୧୬, ୧୭, ୧୮, ୨୨, ଓ ୨୮ କୁ ସିଲ୍ କରାଯାଇଛି । ଭଦ୍ରକ ଜିଲ୍ଳାରୁ ଗତକାଲି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି । ଯେଉଁ ୧୦ ଜର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରଯାଇଛି । ତେବେ ଏହି ୧୦ ଜଣଙ୍କୁ ମିଶାଇ ଜିଲ୍ଳାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୫୨୧ ରେ ପହଞ୍ଚିଛି । ଜିଲ୍ଳାରେ ମୋଟ ୩୭୨ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ବେଳେ ୧୪୮ ଜଣ ଆକ୍ଟିଭ କେସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0