ଭାରତ ଆସୁଛି ରାଫେଲ । ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ଆସନ୍ତା ୨୯ ତାରିଖରେ ଭାରତୀୟ ବାୟୁସେନାରେ ଏହା ସାମିଲ ହେବ । ବାୟୁସେନାର ଅମ୍ବାଲା ଏୟାରବେସରେ ଏହାକୁ ନିୟୋଜିତ କରାଯିବ । ଏହି ପର୍ଯ୍ୟାୟରେରେ ଭାରତକୁ ୫ଟି ରାଫେଲ ଆସିବ । କରୋନା ଭାଇରସ ଯୋଗୁ ରାଫେଲ ଆସିବାରେ କିଛି ସପ୍ତାହ ବିଳମ୍ବ ହୋଇଛି । ଏହି ଯୁଦ୍ଧବିମାନର ଏୟାର ଟୁ ଏୟାର ମିଶାଇଲ କ୍ଷେପଣାସ୍ତ୍ର ଏବଂ ୧୫୦ କିଲୋମିଟରରୁ ଅଧିକ ଦୂରରୁ ଶତ୍ରୁ ବିମାନକୁ ଗୁଳି କରିବାର କ୍ଷମତା ରହିଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଭାରତ ୩୬ ରାଫେଲ ବିମାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0