ଭଦ୍ରକ: ତାସ ଖେଳ ସମୟରେ ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ହତ୍ୟାକାଣ୍ଡ । ତାସ ଖେଳ ଚାଲିଥିବା ବେଳେ ରବିନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କର କୌଣସି କଥାରୁ ଯୁକ୍ତିତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବିନ୍ଦ୍ରଙ୍କ ଉପରକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ଭିତରେ ପୂର୍ବରୁ ଅନେକ ଥର ଝଗଡ଼ା ଏବଂ ବିବାଦ ଲାଗି ରହିଥିବା ସୂଚନା ରହିଛି । ଘଟଣା ସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0