ବାଲିଅନ୍ତା : ବାଲିଅନ୍ତା ବ୍ଲକ ପ୍ରତାପଶାସନ ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗକୁ ନେଇ ପଞ୍ଚାୟତ କାର୍ୟ୍ୟାଳୟ ଘେରିଲେ ପଞ୍ଚାୟତ ବାସି l ପବିତ୍ର ମୋହନ ବେହେରା, ଯୁବନେତା ଅରବିନ୍ଦ ସାହୁ, ଯୁବ ସ୍ୱଚ୍ଛକ୍ଷସେବୀ ସନ୍ତୋଷ କୁମାର ବେହେରା ପ୍ରମୁଖ ୧୦ ଦଫା ଦାବି ନେଇ ସରପଞ୍ଚଙ୍କୁ ପଞ୍ଚାୟତ ବାସି ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବିପତ୍ର ଗୁଡିକ ହେଲା…
୧- ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଥିବା ଏକ ଘରକୁ କେଉଁ ଉଧେଶ୍ୟରେ ଜୈନିକ ବ୍ୟବସାୟୀଙ୍କୁ ଗୋଦାମ ଗୃହ ଭାବେ ଵ୍ୟଵହାର କରିବା ପାଇଁ ଭଡ଼ାଶୁତ୍ରରେ ଦିଆଯାଇଛି l
୨- ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ଏବଂ ନିର୍ମାଣଧିନ ଥିବା ଵ୍ୟଵସାୟୀଙ୍କ ଗୃହ ସେମାନଙ୍କୁ ପ୍ରଦାନ କରିବା ସରକାରି ନିୟମ ଗ୍ରହଣ କାରୀ ମାନଙ୍କର ନାମସୂଚୀ, ସେମାନଙ୍କ ମାସିକ ଦେୟ ଓ ସିକ୍ୟୁରିଟ ଦେୟ ଆଦି ସମସ୍ତ ତଥା ପ୍ରଦାନ କରିବା l
୩- ବିଶ୍ୱମହାମାରୀ କରୋନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ରାଶିକୁ ସମ୍ପୃକ୍ତ ପଞ୍ଚାୟତକୁ କେତେ ଅର୍ଥ ଆସିଛି ଏବଂ କେଉଁ କେଉଁ ବାବଦରେ ଖର୍ଚ୍ଚ କରାଯାଇଛି ତାହାର ସବିଶେଷ ବିବରଣୀ l
୪- ବହୁ ବର୍ଷ ପୂର୍ବେ ମଲ୍ଲିକ ସହି ଦେଇ ଯାଇଥିବା ଡ୍ରେନ ଜବର ଦଖଲ ହୋଇ ସେଠାରେ ଉର୍ଚ୍ଚ ଅଟାଳିକା ନିର୍ମାଣ କରାଯାଇଥିଲେ ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ନିଆନଯିବା l
୫- ଗତ ବର୍ଷ ପ୍ରାକୃତିକ ବିପର୍ୟୟ l
” ଫନି ” ବାବଦକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ସହାୟତା ରାଶି ଏବଂ ତାର ଖର୍ଚ୍ଚ ସମ୍ପୃଣ ବିବରଣୀ l
୬- ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟଣ କରାଯାଇଥିବା ” ପିଠା ” ଯୋଜନାରେ ସରକାରୀ ଓ ବେସରକାରୀ ଭାବେ କେତେ ଅର୍ଥ ରାଶି ପ୍ରାପ୍ତ ହୋଇଥିଲା ଏବଂ ଏହି ଅର୍ଥ କେଉଁ କେଉଁ ବାଟରେ ଖର୍ଚ୍ଚ ହୋଇଛି ତାହାର ବିବରଣୀ l
୭- ସାପ୍ତାହିକ ହାଟ ପରିଚାଳନା କ୍ଷେତ୍ରରେ କେତେ ଅର୍ଥ ଆୟ ହେଉଛି , ତାହାର ସବିଶେଷ ବିବରଣୀ l
୮- ଜ୍ଞାନଦେବୀ ମଣ୍ଡପରେ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ୟ୍ୟରେ ପଞ୍ଚାୟତର ବାର୍ଷିକ ଆୟ କେତେ ହେଉଛି l
୯- ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ତଥା କନଷ୍ଟସନ କାର୍ୟ୍ୟ ଗୁଡିକ କେତେ ନିଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କରାଯାଉଛି l ସେମାନଙ୍କ ଲାଇସେନ୍ସ ତଥା ଯୋଗ୍ୟତା ଭିତ୍ତିକ ପ୍ରମାଣ ପତ୍ର ସର୍ବସାଧାରଣରେ ପ୍ରଦାନ କରିବା ଆଦି ଦାବିନେଇ ପ୍ରତାପଶାସନ ପଞ୍ଚାୟତ ଘେରିଥିଲେ ଶତାଧିକ ପଞ୍ଚାୟତ ବାସି l ସେହିପରି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟ ହୋଇଛି l ସେମାନେ ଆଗାମୀ ୭ ଦିନ ମଧ୍ୟରେ ଏହାର ଉତ୍ତର ନରଖିଲେ ଜନଆନ୍ଦୋଳନ ତେଜିବ ବୋଲି ଚେତାବାଣୀ ଦେଇଛନ୍ତି ପଞ୍ଚାୟତ ବାସି l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0