spot_img

ମହାରାଷ୍ଟ୍ରରେ ୬୦୦ ଡାକ୍ତରଙ୍କର ପତ୍ତା ମିଳୁନି, ଲାଇସେନ୍ସ ହୋଇପାରେ ରଦ୍ଦ..

ମୁମ୍ବାଇ: କରୋନାରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୬୦୦ ଡାକ୍ତରଙ୍କର ପତ୍ତା ମିଳୁନାହିଁ । କରୋନା ସମୟରେ ଡାକ୍ତରଙ୍କ ସେବାର ଆବଶ୍ୟକତା ରହିଥିବା ବେଳେ ଡାକ୍ତରଙ୍କ ନିଖୋଜ ହେବା ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ମହାରାଷ୍ଟ୍ରର ମେଡିକାଲ କାଉନସିଲକୁ ସୁପାରିସ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଛି । ନିଖୋଜ ମେଡିକାଲ ଅଫିସରଙ୍କର ପଞ୍ଜିକରଣ ବାତିଲ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ରୋଗ ଆଇନ ଓ ମହାରାଷ୍ଟ୍ର ଲୋକସେବା ନିୟମ ଲାଗୁହେବ । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏକ ସର୍ବସାଧାରମ ବିଜ୍ଞପ୍ତି ଜାରି କରିଛନ୍ତି । ଉକ୍ତ ବିଜ୍ଞପ୍ତିରେ ନିଖୋଜ ମେଡିକାଲ ଅଫିସରମାନଙ୍କୁ ସେମାନଙ୍କ ଉପ ନିର୍ଦେଶକଙ୍କ ନିକଟରେ ୧୫ ଦିନ ମଧ୍ୟରେ ରିପୋର୍ଟ କରିବାକୁ କୁହାଯାଇଛି । ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ରୋଗ ଆଇନ ଏବଂ ଅନ୍ୟ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଭିନ୍ନ ଆଇନ ଅଧୀନରେ ଯଦିଓ ସେମାନଙ୍କୁ ନୋଟିସ୍
କରାଯାଇଛି ତଥାପି ସେମାନଙ୍କ ପଞ୍ଜୀକରଣ ରଦ୍ଦ କରିବା ପାଇଁ ବିଭାଗ ପକ୍ଷରୁ ମହାରାଷ୍ଟ୍ର ମେଡିକାଲ କାଉନସିଲକୁ କୁହାଯିବ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟର ଜଣେ ବରିଷ୍ଠ ସରକାରୀ କହିଛନ୍ତି । ସୂଚନା ଅନୁସାରେ ମହାରାଷ୍ଟ୍ରରେ ମୋଟ ୯୫୦୦ ମଞ୍ଜୁରିପ୍ରାପ୍ତ ମେଡିକାଲ ଅଫିସର ପଦବି ରହିଛି । ଏଥିରୁ ୧୪୦୦ ପଦବି ଖାଲି ପଡିଥିବା ବେଳେ ୬୦୦ ଡାକ୍ତର ନିଖୋଜ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular