spot_img

ରାଜ୍ୟରେ ୨୮ ଜିଲ୍ଲାରୁ ୧୬୪୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨୭୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୬, ବାଲେଶ୍ୱର ୭୩, ବରଗଡ଼ ୭, ଭଦ୍ରକ୨, ବଲାଙ୍ଗୀର ୪୩, ବୌଦ୍ଧ୭,କଟକ ୯୮,ଢ଼େଙ୍କାନାଳ ୩୬, ଗଜପତି ୩୫,ଜଗତସଂହପୁର ୨୧, ଯାଜପୁର ୩୬, ଝାରସୁଗୁଡ଼ା ୨,କଳାହାଣ୍ଡି ୩୦, କନ୍ଧମାଳ ୫୨, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୩ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ୫୦, ମାଲକାନାଗିରି ୨୭, ମୟୁରଭଞ୍ଜ ୩୯, ନବରଙ୍ଗପୁର ୫, ନୟାଗଡ଼ ୪୦, ନୂଆପଡ଼ା ୧, ପୁରୀ ୯୨, ସମ୍ବଲପୁର ୧୨୧, ସୁନ୍ଦରଗଡ଼ ୧୧୮ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୪୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧରୁ ୧୫୧୮୮ଟି ଆକ୍ଟିଭ କେସ ରହିଥିବା ବେଳେ ୨୮୬୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୫୯ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୩୪୦୯୦ ସାମ୍ଫୁଲ ଟେଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular