ଭଞ୍ଜନଗର: ସାର ପାଇଁ ଚାଷୀ ହେଉଛନ୍ତି ହଟହଟା । ପୁଣି ଥରେ ଏଭଳି ଚିତ୍ର ଦେଖିବା ମିଳିଛି ଭଞ୍ଜନଗର ଅଞ୍ଚଳରେ । ସାନକୋଦଣ୍ଡା ପଞ୍ଚାୟତର ଯୋଗିମାରିଠାରେ ଥିବା ସେବା ସମୟବାୟ ସମିତିରେ ସାନ ନେବା ପାଇଁ ଚାଷୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ରାତି ୪ଟାରୁ ସେମାନେ ସେଠାରେ ଧାଡିରେ ଠିଆ ହୋଇ ରହିଥିଲେ । ହଜାର ହଜାର ଚାଷୀ ସାର ପାଇଁ ଦୀର୍ଘ ସମୟ ଅପେକ୍ଷା ପରେ ସେବା ସମବାୟ ସମିତିର ସଂପାଦକ ସାର ବିକ୍ରି କରିବା ପାଇଁ ସାହସ କରିପାରିଲେ ନାହିଁ ଏବଂ କୃଷି ଅଧିକାରୀଙ୍କୁ ସୂଚନା ଦେଇଥିଲେ ।
ପୋଲିସ ଆସିଲେ ସାର ବିକ୍ରି ହେବ ବୋଲି କୃଷି ଅଧିକାରୀ କହିବା ପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଂଚଳରେ ସାରର କଳାବଜାରୀ ହେଉଥିବା ବେଳେ ସମବାୟ ସମିତି ଆଗରେ ଲମ୍ବା ଧାଡିରେ ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କୁ ସାର ମିଳିନାହିଁ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0