spot_img

ପୋଲିସ କବ୍‌ଜାରେ ୭ ଡକାୟତ

ଭଞ୍ଜନଗର : ସାତଜଣ ଡକାୟତଙ୍କୁ ଗିରଫ କରିଛି ବଡ଼ଗଡ଼ ପୋଲିସ ।ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, ଗତ ୧୮ତାରିଖରେ ବଡ଼ଗଡ଼ ଗାଁର ସୀମାଦ୍ରୀ ପାତ୍ରଙ୍କ ଘରେ ପଶି ମାଉଜର ଦେଖାଇ ଲୁଟିନେଇଥିଲେ । ଅନେକ ସୁନା ସାମଗ୍ରୀ ସହ ଟଙ୍କା ଲୁଟି ନେଇଥିଲେ । ସେବେଠାରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ ଟିମ୍‌ ଗଠନ କରାଯାଇ ଛାନ୍‌ଭିନ୍‌ ଜାରି ରହିଥିଲା । ଏବେ ପୋଲିସକୁ ମିଳିଛି ସଫଳତା ମିଳିଛି । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular