spot_img

ଦିବ୍ୟାଙ୍ଗ ଡ଼େ’ ରେ ବଲିଉଡ଼ ଅଭିନେତ୍ରୀ ରାନୀଙ୍କ ସମାଜପାଇଁ ବାର୍ତା

ବଲିଉଡ଼ ଅଭିନେତ୍ରୀ ରାନୀ ମୁଖାର୍ଜୀ, ସଂଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ବ୍ଲାକ’ରେ ଅଭିନୟ କରିଥିଲେ । ରାନୀ ଏହି ଫିଲ୍ମରେ ଏକ ଦିବ୍ୟାଙ୍ଗ ଭୁମିକାରେ ଅଭିନୟ କରିଥିଲେ । ଏହା ଛଡ଼ା ସେ ଫିଲ୍ମ ‘ହିଚ୍କିରେ’ ରେ ମଧ୍ୟ ଅଭିନୟ କରିଥିଲେ । ଉଭୟ ଫିଲ୍ମରେ ରାନୀ ମୁଖାର୍ଜୀ, ଦିବ୍ୟାଙ୍ଗ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଏହି ଦିବ୍ୟାଙ୍ଗ ଅଭିନୟର ଅନୁଭବକୁ, ଦିବ୍ୟାଙ୍ଗ ଦିବସ ଅବସରରେ ବୟାନ କରିଛନ୍ତି । ପିଂଲ୍ମ ବ୍ଲାକରେ ମିଶେଲି ମେକଲିନି ଭୂମିକାରେ ଅଭିନୟ କରିଥିଲେ । ଆଉ ଫିଲ୍ମ ହିଚ୍କିରେ ନେନା ମାଥୁର ଭୂମିକାରେ ଏକ ‘ଟରେଟ ସିନ୍ଡ୍ରମ’ ପିଡ଼ିତ ଭାବେ ଅଭିନୟ କରିଥିଲେ । ଲୋକଙ୍କ ଟାହିଟାପୁରା କଥାରୁ କିପରି ନିଜକୁ ନିରାଷ ଅନୁଭବ କରିଛନ୍ତି । କିନ୍ତୁ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ପାଖରେ ହାର ମାନିନାହାନ୍ତି । ନିଜ କର୍ମ ପଥରେ ଆଗେଇ ଚାଲିଛନ୍ତି । ବିଶ୍ୱ ଦବ୍ୟାଙ୍ଗ ଦିବସରେ ଅଭିନେତ୍ରୀ ରାନୀ ଏହି ଦିବ୍ୟାଙ୍ଗ ଚରିତ୍ରର ଅନୁଭବକୁ ବର୍ଣ୍ଣନା କରିଛନ୍ତି ।
ରାନୀ ଆହୁରୀ ମଧ୍ୟ କହିଛନ୍ତି , ଏହି ଦୁଇଟି ଫିଲ୍ମ ମୋ ପାଇଁ ଅଦ୍ଭୁତ ଥିଲା । ଏଥିରେ ଅଭିନୟ କରି ମୁଁ ମାନବତା ବିଷୟରେ ବହୁତ କିଛି ଶିଖିଲି । ମୁଁ ନିଜକୁ ଏକ ଉକୃଷ୍ଟ ମଣିଷ ହେବାର ଅନୁଭବ ଏହି ଫିଲ୍ମରୁ ପାଇଛି । ମୁଁ ନିଜକୁ ସୌଭାଗ୍ୟ ମଣୁଛି ଯେ, ମୋତେ ଏହି ଫିଲ୍ମରେ କାମ କରିବାକୁ ସଂଜୟ ଲୀଲା ଭଂସାଲି ଏବଂ ସିଦ୍ଧାର୍ଥ ପି ସୁଯୋଗ ଦେଇଥିଲେ ।


ରାନୀଙ୍କ କହିବା ମୁତାବକ ମିଶେଲ ମାକନାଲେ ଏବଂ ନେନା ମାଥୁରର ଭୂମିକା ଜଣେ ମଣିଷ ପାଇଁ ତାଙ୍କୁ ଶକ୍ତିଶାଳୀ କରିଛି । ଏହାଛଡା ସେ କହିଛନ୍ତି ଯେ, ସେ ଏଭଳି ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଦୃଢତାବଳରେ କିପରି ଆଗକୁ ମାଡ଼ି ଚାଲିଛି । ଏଭଳି ଦମ୍ଦାର ମହିଳାଙ୍କ ଅଭିନୟକୁ ସ୍କ୍ରନ୍ରେ ଜୀବନ୍ତ କରିବା ପରେ ମୁଁ ନିଜକୁ ଭାଗ୍ୟବାନ ମଣୁଛି । ଭଗବାନଙ୍କ କୃପାରୁ ମୁଁ ଦେଖି ପାରୁଛି. ଶୁଣି ପାରୁଛି, ଅନ୍ୟ କିଛି କାର୍ଯ୍ୟ ମଧ୍ୟ ସହଜରେ କରିପାରୁଛି । ତେଣୁ ଯେଉଁମାନେ ଦିବ୍ୟାଙ୍ଗ ମାନଙ୍କୁ ନେଇ ବିଭିନ୍ନ ଥଟ୍ଟାମଜା କରୁଛନ୍ତି ତାହା କରିବା ଉଚିତ୍ ନୁହେଁ ।


ରାନୀ କହିଛନ୍ତି ମୋର ଏହି ଦୁଇଟି ଫିଲ୍ମ ‘ବ୍ଲାକ’ ଏବଂ ‘ହିଚ୍କି’ ମୋର ସବୁଠାରୁ ଦୁଃଖମୟ ଅନୁଭବ । ସମସ୍ତଙ୍କୁ ସାଥିରେ ନେଇ ଚଳିବା, ସମସ୍ତଙ୍କ ମନ କଥା ବୁଝିବା ।ଲୋକଙ୍କ ପ୍ରତି ଦୟାଳୁ ହେବା ,ଯାହା ବି ଆମ ପାଖରେ ଅଛି ତାକୁ ନେଇ ଆମେ ସେମାନଙ୍କ ସହ କାର୍ଯ୍ୟ କରିବା ଯାହା ମୋ ଅଖି ଖୋଲି ଦେଇଛି ବୋଲି ଅଭିନେତ୍ରୀ ରାନି ମୁଖାର୍ଜି କହିଛନ୍ତି ।


ଭାରତ ବର୍ଷର ନାଗରିକ ହେବା ସତ୍ୱେ , ସମସ୍ତଙ୍କୁ ସାଥିରେ ନେଇ ଚାଲିବା , ସେମାନଙ୍କୁ ସମାନ ଭାବିବା ଉଚିତ । କାହାକୁ ଆମେ ତୁଚ୍ଛ ବା ହୀନ ବୋଲି ଭାବିବା ଉଚିତ ନୁହେଁ । ଯାହାକି ମୁଁ ମୋର ଫିଲ୍ମ ‘ ବ୍ଲାକ’ ଏବଂ ‘ହିଚ୍କି’ ରେ ଲୋକଙ୍କୁ ଦେଖାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular