ବଡମ୍ୱା: ମହାନଦୀରେ ବନ୍ୟା ଆସିବା ପରେ ୨ଦିନ ହେଲାଣି ବୁଡି ଯାଇଛି ବଡମ୍ୱାରେ ମହାନଦୀ କୂଳରେ ଥିବା ମାଆ ଭଟ୍ଟାରିକାଙ୍କ ମନ୍ଦିର । ଏବେ ମନ୍ଦିର ଭିତରେ ୧୦ ଫୁଟରୁ ଅଧିକ ଉଚ୍ଚରେ ଚାଲୁଛି ପାଣି । ମାଆଙ୍କୁ ମନ୍ଦିରରୁ ବାହାର କରି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରା ଯାଇ ରୀତିନୀତିରେ ପୂଜା ଚାଲୁଛି । ମନ୍ଦିର ଚାରିପଟେ ୧୦ ଫୁଟରେ ଚାଲୁଛି ବନ୍ୟା ପାଣି । ଏହାରି ଭିତରେ ବୁଡି ରହିଛି ମନ୍ଦିର । ବଡମ୍ୱା ଭଟ୍ଟାରିକା ମନ୍ଦିରରେ ପାଣି ପଶିବା ପରେ ଆଖପାଖ ଅଂଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବି ପାଣି ପଶିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0