spot_img

ଭୁବନ ଏନଏସିରେ ବନ୍ୟା ପାଣିରେ ବୁଡ଼ି ନାବାଳକ ମୃତ

ଭୁବନ : ଭୁବନ ଏନଏସିର ଜଣେ ନାବାଳକ ବନ୍ୟା ପାଣିରେ ବୁଡିଯାଇଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବନ୍ୟା ପାଣି ଦେଖିବାକୁ ସାଙ୍ଗମାନଙ୍କ ସହ ଯାଇଥିବା ଜଣେ ୧୭ବର୍ଷର ନାବାଳକ ବନ୍ୟାପାଣିରେ ବୁଡି ଯାଇଥିଲେ ।ଶନିବାର ସକାଳେ ତାଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ।

ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଢେଙ୍କାନାଳ ଜିଲ୍ଲା ଭୁବନର ଜୟପୁର ଓ ଭୁବନ ବିଜ୍ଞାପିତ ପରିଷଦର ବୁଧେଶ୍ବର ମନ୍ଦିର ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି ।  ମୃତକ ନାବାଳକ ଜଣଙ୍କ ଭୁବନ ଏନଏସିର ହୃଦାନନ୍ଦ ଗୋଛାୟତଙ୍କ ପୁଅ ବିଶାଳ ଗୋଛୟତ ବୋଲି ଜଣାପଡିଛି । ଭୁବନ ବୁଧେଶ୍ବର ମନ୍ଦିର ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିର ନିକଟରେ ବନ୍ୟାପାଣି ଦେଖୁଥିବା ବେଳେ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular