କେନ୍ଦ୍ରାପଡା: କେନ୍ଦ୍ରାପଡା ରାଜକନିକାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପ ବିରୋଧରେ ବିଶାଳ ସମାବେଶ । ବିଜେପି , କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ସମାବେଶ କରାଯାଇଛି । ସମାବେଶରେ ପୋସ୍କୋ ବିରୋଧୀ ନେତା ଅଭୟସାହୁ, ପ୍ରଫୁଲ୍ଲ ସାମନ୍ତରା ସାମିଲ ହୋଇଛନ୍ତି । ପ୍ରସ୍ତାବିତ ୮୯୧ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଭଦ୍ରକ ଜିଲ୍ଲାକୁ ପାଣି ଦିଆଯିବ । ଏହାକୁ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ବିରୋଧ କରୁଛି । ଭଦ୍ରକ ପାଇଁ ହେଉଥିବା ଜଳ ଯୋଗାଣ ପ୍ରକଳ୍ପକୁ ଖରସ୍ରୋତା ଜଳ ଦେବାକୁ ନାରାଜ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି । ଭଦ୍ରକ ପାଇଁ ଖରସ୍ରୋତାରୁ ଟୋପାଏ ବି ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଏହି ବିବାଦ ଭିତରେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0