spot_img

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା

ଭିତରକନିକା : ଆସନ୍ତା ଜାନୁୟାରୀ ୧୫ତାରିଖରୁ ଆରମ୍ଭ ହେବ କୁମ୍ଭୀର ଗଣନା । ଜାତୀୟଉଦ୍ୟାନ ଭିତରକନିକା ଜାନୁୟାରୀ ୧୫ତାରିଖ ରୁ ୨୩ତାରିଖ ଯାଏ ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦରହିବ । ଭିତରକନିକାରେ ଥିବା ନଦୀ, ନାଳମାନଙ୍କରେ ହୁଲିଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ । କୁମ୍ଭୀର ବିଷାରଦ ସୁଧାକର କରଙ୍କ ନେତୃତ୍ବରେ ଗଣନା କରାଯିବ । ଏହି ଗଣନା ୯ଦିନ ଧରି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ । ସୂଚନାଯୋଗ୍ୟ ପ୍ରତିବର୍ଷ ଶେଷ ସପ୍ତାହ ଓ ଜାନୁୟାରୀ ମାସର ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଏ କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଇକୋରିଟ୍ରିଟ ଚାଲିଥିବାରୁ ପର୍ୟ୍ୟଟକଙ୍କ ଆଗମନକୁ ନଜରରେ ରଖି ଏଯାଏ ଗଣନା କରାଯାଇ ନାହିଁ । ପ୍ରଥମେ ଜାନୁୟାରୀ ୫ତାରିଖରୁ ୧୪ତାରିଖ ପର୍ୟ୍ୟନ୍ତ କୁମ୍ଭୀର ଗଣନା ପାଇଁ ସମୟ ସୀମା ସ୍ଥିରିକୃତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ପାରିପାର୍ଶ୍ବିକ ଅବସ୍ଥାକୁ ଆଖିଆଗରେ ରଖି ଏହି କୁମ୍ଭୀର ଗଣନା କାର୍ୟ୍ୟକୁ ପରିବର୍ତ୍ତନ କରାଯାଇ ପୁନର୍ବାର ଜାନୁୟାରୀ ୧୫ରୁ ୨୩ତାରିଖ ଯାଏ କୁମ୍ଭୀର ଗଣନା କରାଯିବା ପାଇଁ ବନବିଭାଗ ପକ୍ଷରୁ ସ୍ଥିରିକୃତ କରାଯାଇଥିବା ସୂଚନା ମିଳିଛ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular