spot_img

ସୈତାନ ସ୍ୱାମୀ , ଭାଉଜ ସହ ସମ୍ପର୍କ ରଖି ସ୍ତ୍ରୀକୁ କିରୋସିନ ଢାଳି ପୋଡି ମାରିଲା!

କଟକ: କଟକ ଜିଲ୍ଲା ସାଲେପୁର ରାମକୃଷ୍ଣପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ କିରୋସିନ ଢାଳି ପୋଡି ମରିଲା ସୈତାନ ସ୍ୱାମୀ । ଘଟଣା ଅଭିଯୁକ୍ତର ଭାଉଜ ସାମିଲ ଥିବା ଅଭିଯୋଗ । ୨୦୧୬ ଏପ୍ରିଲ ମାସରେ ସିଲା ଖୁଣ୍ଟିଆ ସାଲେପୁର ରାମକୃଷ୍ଣପୁରର ଅକ୍ଷୟ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । ବାହାଘର କିଛି ଦିନ ପରେ ଭାଉଜଙ୍କ ସହ ଅକ୍ଷୟଙ୍କର ଅନୈତିକ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ସିଲା ଓ ଅକ୍ଷୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗିରହୁଥିଲା । ଅନେକ ସମୟରେ ସିଲାଙ୍କୁ ଅକ୍ଷୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ପରକୀୟା ପ୍ରୀତିକୁ ନେଇ ରାସ୍ତାରୁ ହଟାଇବାକୁ ଯାଇ ଗତକାଲି ରାତିରେ ସିଲା ଉପରେ ସ୍ୱାମୀ ଓ ଭାଉଜ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଗାଁ ଲୋକ ଖବର ପାଇ ସିଲାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ  । ସେଠାରେ ତାଙ୍କର ମୃତ୍ୟୁ ହୋଇଛି  । ସିଲାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular