ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ତିକ୍ତତା ରହିଛି, ଉଭୟ ପକ୍ଷ ସୀମାରେ ଶାନ୍ତି ରକ୍ଷା କରିବା ପାଇଁ ରାଜି ହେବେ, ଏହା ଭାବିବାବେଳକୁ ଆଶ୍ଚର୍ୟ୍ୟ ଲାଗୁଛି, ହେଲେ ସତ । କିନ୍ତୁ କେମିତି ଏହା ସମ୍ଭବ ହେଲା? ଏହା ପଛରେ କାହାର ରହିଛି ହାତ? ଏହାକୁ ନେଇ ଖୋଜିବାବେଳେ ସାମ୍ନାକୁ ଆସିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ପ୍ରମୁଖ ଭୂମିକା । ଭାରତ ଓ ପାକିସ୍ତାନ ସୀମାରେ ଯେଉଁ ଶାନ୍ତି ଫେରିବାକୁ ଯାଉଛି, ତାହା ଗୋଟିଏ ଦିନରେ ସମ୍ଭବ ହୋଇ ନାହିଁ । ଏହା ପଛରେ ରହିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ନିରନ୍ତର ଉଦ୍ୟମ । ଭାରତ-ପାକିସ୍ତାନ ସୀମାରେ ଶାନ୍ତି ଫେରିବ । ଏଥିପାଇଁ ଦୁଇ ଦେଶର ସେନା ଅଧିକାରୀ ସହମତି ହୋଇଛନ୍ତି । ଏନେଇ ମିଳିତ ବିବୃତି ବି ଜାରି କରିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଏହା ପଛରେ ରହିଛି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ହାତ । ସୂଚନା ଅନୁସାରେ ପ୍ରାୟ ମାସକ ତଳେ ଅଜିତ୍ ଡୋଭାଲ ତାଙ୍କ ପ୍ରତିପକ୍ଷ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ସୀମାରେ ଶାନ୍ତି ପ୍ରତିଷ୍ଠା ଓ ଲୋକଙ୍କୁ ସଚେତନ କରିବା ନେଇ ବ୍ୟାକ୍ ଚ୍ୟାନେଲରେ କଥାବାର୍ତ୍ତା ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0