spot_img

ଓଡ଼ିଶାରେ ୧୧ଟି ସହରରେ ଖସିଲା ୧୦ଂ ସେଲସିୟସ ପାରଦ..

ଭୁବନେଶ୍ୱର : ଶୀତରେ ଥରୁଛି ଓଡ଼ିଶା । ୧୧ଟି ସହରରେ ପାଖାପାଖି ୧୦ଂ ସେଲସିୟସ ପାରଦ ଖସିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗରୁ ସୂଚନା ମିଳିଛି । ଓଡ଼ିଶାର ଫୁଲବାଣୀରେ ରାତ୍ରି ତାପମାତ୍ରା ୫ଂ ସେଲସିୟସ ରହୁଥିବାବେଳେ, ଦାରିଙ୍ଗବାଡ଼ିରେ ୭ଂ , କୋରାପୁଟ ଓ କେନ୍ଦୁଝରରେ ୯ଂ ,ଝାରସୁଗୁଡ଼ା ଓ ଭବାନିପାଟଣାରେ ୯.୨ଂ , ବଲାଙ୍ଗିରେ ୯.୪ଂ ଏବଂ ସୁନ୍ଦରଗଡ଼ରେ ୧୦ଂ ସେଲସିୟସ ରହିଛି । ସେହିପରି ଦ୍ୱୈତ ନଗରୀ ଭୁବନେଶ୍ୱରରେ ୧୨.୨ଂ ଥିବାବେଳେ କଟକରେ ୧୧.୫ଂ ପାରଦ ରହୁଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, କିଛି ଜିଲା୍ଲରେ ରାତ୍ରୀକାଳରେ ପ୍ରାୟ ୩-୫ ଡ଼ିଗ୍ରି ମଧ୍ୟରେ ପାରଦ ରହୁଛି ଏବଂ ଓଡ଼ିଶାରେ ଆଗାମୀ ୧-୨ଦିନ ମଧ୍ୟରେ ସବୁ ଜିଲ୍ଲାରେ ୨-୩ ଡ଼ିଗ୍ରି ପାରଦ ବଢ଼ିବା ନେଇ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular