ଆଦିପୁରୁଷ’ ସୁଟିଂ ସେଟରେ ନିଆଁ । ପ୍ରଭାସ ଓ ସୈଫ୍ ଅଲୀ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ସୁଟିଂ ସେଟରେ ନିଆଁ ଲାଗିଯାଇଛି। ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏହି ଫିଲ୍ମର ଶୁଟିଂ ମହୁରତ ମଙ୍ଗଳବାର ମୁମ୍ବାଇରେ ହୋଇଥିଲା। କିନ୍ତୁ ପ୍ରଥମ ଦିନରେ ହିଁ ସେଟରେ ନିଆଁ ଲାଗିବାରୁ ସୁଟିଂ ବାଧାପ୍ରାପ୍ତ ହୋଇଛି। ‘ଆଦିପୁରୁଷ’ ସୁଟିଂ ସେଟରେ ନିଆଁ ଲାଗିବାର କିଛି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାରିକୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ଘଟିଥିଲା। ମୁମ୍ବାଇର ଗୋରେଗାଁ ପଶ୍ଚିମାଞ୍ଚଳରେ ଥିବା ଗର୍ଗ ଷ୍ଟୁଡିଓରେ ଏହି ନିଆଁ ଲାଗିଛି। ଫିଲ୍ମର ଅଧିକାଂଶ ଭାଗ କ୍ରୋମାରେ ଶୁଟିଂ କରାଯିବ।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0