ଭୁବନେଶ୍ୱର: ସମାଜ ସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା। ସରିଲା ବିଦ୍ୟାଶ୍ରୀଙ୍କ ଲାଇଡିଟେକ୍ସନ ଟେଷ୍ଟ। ଭୁବନେଶ୍ବରେ ଥିବା ଫରେନ୍ସିକ୍ ଲ୍ୟାବରେ ହୋଇଥିଲା ଲାଇଡିଟେକ୍ସନ ଟେଷ୍ଟ। ତାଙ୍କ ପାଞ୍ଚ ଘଣ୍ଟା ଜେରା କରାଯାଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ତାଙ୍କୁ ପାଖାପାଖି ୭୦ଟି ପ୍ରଶ୍ନ ପଚାରିଥିବା ଜଣା ପଡିଛି। ସେହି ପ୍ରଶ୍ନଗୁଡିକର ବିଦ୍ୟାଶ୍ରୀ କ’ଣ ଉତ୍ତର ରଖିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।
ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଦେଢମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣା ଉପରୁ ପରଦା ହଟିପାରିନି । ଫଳରେ ମାମଲାରେ ଲାଏ-ଡିଟେକ୍ସନ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହା ଆଧାରରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଥିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।
ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଦିନ ବଢିବା ସହ ରହସ୍ୟ ଉପରୁ ପରଦା ହଟିପାରୁନି । ପ୍ରଥମେ ଘଟଣାର ତଦନ୍ତ କରୁଥିଲା ଜିଆରପି ପରେ କ୍ରାଇମ୍ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ମାର୍ଗରେ ପହଞ୍ଚିପାରୁନି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା’ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରୁନି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0