spot_img

ବାଲେଶ୍ୱର ବସ୍ତା ହସ୍ପିଟାଲ ଭିତରେ ଲହଡି ମାରୁଛି ପାଣି

ବାଲେଶ୍ୱର: ବର୍ଷା କଲା ବେହାଲ । ବସ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଲହଡି ମାରୁଛି ବର୍ଷା ପାଣି । ଲଘୁଚାପ ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଭୀଷଣ ବର୍ଷା ଯୋର୍ଗୁ ପାଣି ନିଷ୍କାସନ ହୋଇପାରି ନଥିବା ବେଳେ ବସ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି ପଶିଯାଇଛି । ଡାକ୍ତରଖାନାର ତଳ ମହଲାରେ ସମସ୍ତ ୱାର୍ଡରେ ୧ ଫୁଟ ଉଚ୍ଚର ବର୍ଷା ଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସମସ୍ତ ବିଭାଗର ଡାକ୍ତର , ନର୍ସମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାକୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular