୧୪ ଦିନ ପରେ ଅଭିନେତା ଅମିତା ବଚ୍ଚନଙ୍କ ସମସ୍ତ ତିନୋଟି ବଙ୍ଗଳାକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରାଯାଇଛି । ରବିବାର ମୁମ୍ବାଇ ମହାନଗର ନିଗମ ତାଙ୍କ ତିନୋଟି ବଙ୍ଗଳା ତଥା ଜଲସା, ପ୍ରତିକ୍ଷା ଏବଂ ଜନକରୁ ଏହି ପୋଷ୍ଟର ହଟାଇ ଦେଇଛନ୍ତି । କରୋନା ସଂକ୍ରମିତ ହୋଇ ଏବେ ବି ଅମିତାଭ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଜୁଲାଇ ୧୧ ତାରିଖରୁ ଅମିତାଭ ବଚ୍ଚନଙ୍କ ସହ ପୁଅ ଅଭିଷେକ ବଚ୍ଚନଙ୍କ ସହ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତା’ପର ଦିନ ବିଏମସି ତାଙ୍କର ତିନୋଟି ଯାକ ବଙ୍ଗଳାକୁ କଣ୍ଟେନମେଣ୍ଟ ଘୋଷଣା କରିଥିଲା । ତାର କିଛି ଦିନ ପରେ ଐଶ୍ୱର୍ଯ୍ୟା ରାୟ ଓ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏବେ ଏମାନେ ସମସ୍ତେ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁଇ ସପ୍ତାହ ପରେ ଏବେ ବିଏମସି ଏହି କଣ୍ଟେନମେଣ୍ଟ କୁ ହଟାଇ ଦେଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0