spot_img

ଆଇଏଏସ ସ୍ତରରେ ବଡ ଅଦଳବଦଳ

କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଅଳକା ଉପାଧ୍ୟାୟଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ବନ୍ଦର ମନ୍ତ୍ରାଳୟର ଅତିରିକ୍ତ ସଚିବ ସଞ୍ଜୀବ ବନ୍ଦୋପାଧ୍ୟାୟଙ୍କୁ ଅନ୍ତର୍ଦେଶୀୟ ଜଳପଥ ବିଭାଦର ନିର୍ଦ୍ଦେଶତ ଭାବେ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ର ଏସ ଗଙ୍ଗଓ୍ୱାରଙ୍କୁ ସୀମା ପରିଚାଳନା ବିଭାଗର ସଚିବ ଦାୟିତ୍ୱ, ସନ୍ଦୀପ କୁମାର ନାୟକଙ୍କୁ ଜାତୀୟ ଉତ୍ପାଦକ ନିଗମର ଡିଜି ଦାୟିତ୍ୱ ପ୍ରଦାନ କରାଯାଇଛି । ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ଉପମା ଶ୍ରୀବାସ୍ତବଙ୍କୁ ଜାତୀୟ ଜନଜାତି କମିଶନର ସଚିବ ଦାୟିତ୍ୱ, ଜୁଥିକା ପାଟନାକରଙ୍କୁ ଜାତୀୟ ସୂଚନା କମିଶନରେ ସଚିବ ଦାୟିତ୍ୱ, ଅନିତା ପ୍ରବୀଣଙ୍କୁ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ଅଳକା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର । ସେ ମଧ୍ୟପ୍ରଦେଶ କ୍ୟାଡରର ଅଟନ୍ତି । ଏବେ ସେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular