ମଧ୍ୟ ଏସିଆର ଦୁଇ ଦେଶ ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ଭୀଷଣ ସଂଘର୍ଷ ଜାରି ରହିଛି । ରୁଷର ମଧ୍ୟସ୍ଥତା ସତ୍ୱେ କୌଣସି ସମାଧାନ ହୋଇପାରୁନାହିଁ । ଅଜରବୈଜାନ ସେନା ପକ୍ଷରୁ ହୋଇଥିବା ଜୋରଦାର ହମଲାର କଡା ଜବାବ ଦେଇଛି ଆର୍ମେନିଆ । ଅଜରବୈଜାନର ଏକ ସୁଖୋଇ-୨୫ ଫାଇଟର ଜେଟ୍ କୁ ଖସାଇ ଦେଇଥିବା ଆର୍ମେନିଆ ଦାବି କରିଛି । ତୁର୍କୀର ଏଫ୍-୧୬ ଫାଇଟର ଜେଟ୍ ସହ ଅଜରବୈଜାନ ତାର ସୁଖୋଇ-୨୫ ଫାଇଟର ଜେଟ୍୍କୁ ସୀମାରେ ମୁତୟନ କରିଛି । ତେବେ ଅଜରବୈଜାନର ଏହି ସୁଖୋଇ-୨୫କୁ ଆର୍ମେନିଆର ଆଂଟି ଏୟାର ଡିଫେନ୍ସ ୟୁନିଟ୍, ଉତର-ପୂର୍ବ ସୀମାରେ ଖସାଇ ଦେଇଥିବା ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ କିନ୍ତୁ ଆର୍ମେନିଆର ଏହି ଦାବିକୁ ଅସ୍ୱୀକାର କରିଛି ଅଜରବୈଜାନ । ନାଗୋର୍ଣୋ-କାରାବାଖ ଅଂଚଳକୁ ନେଇ ଦୁଇ ଦେଶ ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ସଂଘର୍ଷ ଜାରି ରହିିଛି । ଏହାର ସମାଧାନ ପାଇଁ ରୁଷ ମଧ୍ୟସ୍ଥତା କରିଥିଲା, ଦୁଇ ଦେଶମଧ୍ୟରେ ଶନିବାର ଅସ୍ତ୍ରବିରତି ରାଜିନାମା ହୋଇଥିଲା । କିନ୍ତୁ ସୋମବାର ପୁଣି ସଂଘର୍ଷ ଘଟିଛି, ଯାହା ଉଗ୍ରରୂପ ଧାରଣ କରିବାରେ ଲାଗିଛି ।…



Visitors Today : 0
Total Visitors : 130175
Total Views : 9891622
Visitors Online Now : 0