ବାଂଲାଦେଶ:ଦୁଷ୍କର୍ମକାରୀଙ୍କୁ ଫାଶୀ । ବାଂଲାଦେଶରେ ଏଣିକି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଂଟରେ ଝୁଲାଇ ଦିଆଯିବ । ଦିନକୁ ଦିନ ସମାଜରେ ଦୁଷ୍କର୍ମ ସଂଖ୍ୟା ବଢିଚାଲିଥିବା ବେଳେ ଏଭଳି ଶକ୍ତ ପଦକ୍ଷେପ ନେଇଛନ୍ତି ବାଂଲାଦେଶ ସରକାର । ପୂର୍ବରୁ ଦୁଷ୍କର୍ମକାରୀଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ଥିଲା । କିନ୍ତୁ ଏବେ ଏହି ଆଇନରେ ସଂଶୋଧନ ଆଣି ଆଜୀବନ ଦଣ୍ଡାଦେଶକୁ ବଢାଇ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି । ଶେଖ୍ ହାସିନା ମନ୍ତ୍ରିମଣ୍ଡଳ ଏହି ଅଧିନିୟମ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି । ଦୁଷ୍କର୍ମ ମାମଲାର କିପରି ଅତିଶୀଘ୍ର ଶୁଣାଣି ଶେଷ ହେବ ସେ ନେଇ ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି ।…



Visitors Today : 0
Total Visitors : 130175
Total Views : 9891622
Visitors Online Now : 0