କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ କୋଲକାତା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ବିନା ଅନୁମତିରେ ପୁଲିସ୍ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବନାହିଁ। ସେହିପରି ତାଙ୍କୁ କୌଣସି ମାମଲାରେ ଗିରଫ କରିବାରୁ ପ୍ରଥମେ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦ ଡିସେମ୍ବରରେ ସେ ଟିଏମସି ଛାଡ଼ି ବିଜେପିକୁ ଆସିବା ପରେ ରୁଜୁ ୫ଟି ମାମଲାରୁ ୩ଟିର ତଦନ୍ତ ଉପରେ ମଧ୍ୟ ହାଇକୋର୍ଟ ରୋକ ଲଗାଇଛନ୍ତି। ୨୦୧୮ରେ ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ପଶ୍ଚିମବଙ୍ଗ ସିଆଇଡି ତାଙ୍କୁ ଆଜି ହାଜର ହେବାକୁ ସମନ କରିଥିଲା।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0