spot_img

ଅଦାଲତର ନିଷ୍ପତ୍ତିକୁ ସମ୍ମାନ ଦେଉ ନାହିଁ କେନ୍ଦ୍ର : ସୁପ୍ରିମକୋର୍ଟ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଡା ତାଗିଦ କରାଯାଇଛି | ଟ୍ରିବ୍ୟୁନାଲ ଆକ୍ଟ ଓ ନିଯୁକ୍ତିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟ ବିଚାରପତି ଏନ ଭି ରମନା | ସେ କହିଛନ୍ତି ଅଦାଲତର ନିଷ୍ପତିକୁ ସମ୍ମାନ ଜଣାଉ ନାହାନ୍ତି କେନ୍ଦ୍ର ସରକାର | ବର୍ତ୍ତମାନ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ନିଯୁକ୍ତିକୁ ନେଇ ନିଷ୍ପତ୍ତି ଆଉ ଗୋଟିଏ ସପ୍ତାହ ବଢ଼ାଇ ଦେଇଛନ୍ତି | ଯଦି କେନ୍ଦ୍ର ସରକାର ନିଯୁକ୍ତି କରିବେ ନାହିଁ ତେବେ ଆଦେଶ ଜାରି କରାଯିବ ବୋଲି ଅଦାଲତ କହିଛନ୍ତି | ଅଦାଲତର ପରୀକ୍ଷା ନେଉଛନ୍ତି କେନ୍ଦ୍ର | ଅନ୍ୟପଟେ 9 ଜଣ ବିଚାରପତିଙ୍କ ନିଯୁକ୍ତିକୁ ନେଇ ମଧ୍ୟ କେନ୍ଦ୍ରର ତାରିଫ କରିଛନ୍ତି ଅଦାଲତ | ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ପାଖରେ ତିନୋଟି ବିକଳ୍ପ ରହିଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular