ଆଠଗଡ: ଆଠଗଡ ଚାନ୍ଦବାଲି ଛକ ଠାରେ ଥିବା ଡିଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି । ସଂନ୍ଧ୍ୟାରେ କାର୍ଯ୍ୟାଳୟ ପରିସରରେ ଥିବା ଏକ ବରକୋଳି ଗଛରେ ସାପଟି ଗୁଡାଇ ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସାପଟିକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ଲାଗିଥିଲା । ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଆଠଗଡ ରେଞ୍ଜର ସୂଚନା ଦେଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0