ନ୍ୟୁଜ ୬ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଗତକାଲି ଋଷ୍ ର ଘୋଷଣା ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲା । ଋଷ୍ ବିଶ୍ୱର ପ୍ରଥମ କରୋନା ଟିକା ‘ସ୍ପୁଟନିକ ଭି’ ପ୍ରସ୍ତୁତ କରିଥିବା ଦାବି କରିଛି । ଏମିତିକି ଋଷ୍ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ଝିଅଙ୍କୁ ଏହି ଟିକା ଦିଆଯାଇଥିବା କୁହାଯାଇଛି । ମାତ୍ର ଋଷ୍ ଟିକା କେତେ ନିରାପଦ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ଆରମ୍ଭ କରିଛି । ଏନେଇ ଋଷ୍ ଟିକା ଉପରେ ସର୍ତ୍ତ ରଖିଲା ଡବ୍ଲ୍ୟୁଏଚଓ । ସର୍ତ୍ତ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି, ଋଷିଆ ଆଣିଥିବା ଟିକାର ସୁରକ୍ଷା ନେଇ କଡା ଯାଞ୍ଚ ର ଆବଶ୍ୟକତା ରହିଛି । ଟିକାର ପ୍ରଭାବର ଅନୁଧ୍ୟାନ ପରେ ବ୍ୟବହାର ପାଇଁ ଅନୁମତି ମିଳିବ । ଋଷିଆ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ଯୋଗାଯୋଗ କରି ବିଚାରବିମର୍ଶ ଜାରି ରଖିଛି । ମଙ୍ଗଳବାର ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଟିକାକୁ ସବୁଜ ସଙ୍କେତ ଦେବା ପରେ ଏନେଇ ଘୋଷଣା କରିଥିଲେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ସେପଟେ ବିଶ୍ୱରେ ୧୬୦ଟି ଦେଶ ତଥା ସ୍ୱାସ୍ଥ୍ୟ ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0